ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ‘ଏହା ହେଉଛି ସଠିକ୍ ସମୟ । ତେଣୁ ଈଶ୍ୱରଙ୍କୁ ପ୍ରାଥନା କରୁଛି କି ମୁଁ ଜୀବିତ ଥିବା ଭିତରେ ଏହା ସମ୍ଭବ ହେଉ।’ ସୂଚନାଯୋଗ୍ୟ, ମନ୍ତ୍ରୀ ଜିତେନ୍ଦ୍ର ସିଂ ଭାଜପା ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିବା ସହ ଆହୁରି ମଧ୍ୟ କହିଛନ୍ତି କି ଆମେମାନେ ସେତିକି ଭାଗ୍ୟଶାଳୀ ଯେଉଁମାନେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ଦେଖିଲେ। ମୋଦିଙ୍କର ଏହି ସକାରାତ୍ମକ ଚିନ୍ତାଧାରକୁ ନେଇ ଆମେ ପିଓକେକୁ ମୁକୁଳାଇବାରେ ଯୋଗ ଦାନ କରିବାକୁ ସେ ଆହ୍ବାନ ଦେଇଛନ୍ତି।