Categories: ଜାତୀୟ

ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଛି ହାଫିଜ

ନୂଆଦିଲ୍ଲୀ,୧୦।୧୦: ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ୍‌-ଦାଓ୍ବାର ମୁଖ୍ୟ ହାଫିଜ ସୟିଦ ଆସନ୍ତା ୧୪ ତାରିଖରେ ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏହି ରାଲିକୁ ହାଫିଜ ନିଜେ ସମ୍ବୋଧନ କରିବେ। ମୁଜାଫରାବାଦରେ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଜୈଶ-ଇ-ମହମ୍ମଦ ଓ ହିଜବୁଲ ଆତଙ୍କବାଦୀ ସଙ୍ଗଠନର ବହୁ ଆତଙ୍କବାଦୀ ଯୋଗ ଦେବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଲଗାତାର ଭାବେ ଆତଙ୍କବାଦୀ ସଙ୍ଗଠନ ଗୁଡିକୁ ଭାରତ ବିରୋଧରେ ଉସକାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ବଢାଇବାକୁ ପ୍ରୋତ୍ସାହନ ଯୋଗାଉଛି।

Share