ପିଓକେରେ ବନ୍ୟା: ୨୩ ମୃତ

ଇସ୍‌ଲାମାବାବାଦ,୧୬ା୭: ପାକିସ୍ତାନ ଅଧିକୃତ କଶ୍ମୀରର ନୀଲମ୍‌ ଉପତ୍ୟକାରେ ମୂଷଳ ଧାରାରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଦ୍ୟାବଧି ୨୩ ଲୋକ ପ୍ରାଣ ହରାଇଥିବାବେଳେ କେତେକେ ନିଖୋଜ ଥିବା ଜଣାପଡ଼ିଛି। ଲସଓ୍ବା ଅଞ୍ଚଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଅନେକ ଘର ଭାଙ୍ଗିଯିବାରୁ ଲୋକମାନେ ବନ୍ୟାରେ ଭାସିଯାଇଛନ୍ତି। ବନ୍ୟାରେ ଦୁଇଟି ମସ୍‌ଜିଦ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି। କେତେକ ସ୍ଥାନରେ ଇଣ୍ଟରନେଟ ସେବା ପ୍ରଭାବିତ ହୋଇଥିବା ପ୍ରକାଶ। ଜିଲା ପ୍ରଶାସନ, ସ୍ଥାନୀୟ ପୋଲିସ, ବିପର୍ଯ୍ୟୟ ପରିଚାଳନା ଅଥରିଟିର କର୍ମକର୍ତ୍ତା ଉଦ୍ଧାର କାର୍ଯ୍ୟ ଚଳାଇଥିବା ଜଣାପଡ଼ିଛି। ଗତ ସପ୍ତାହରେ ବରଫ ତରଳିବାରୁ ଚିତ୍ରାଲ ଜିଲାରେ ଭୟଙ୍କର ବନ୍ୟା ଦେଖାଦେଇଥିଲା।

Share