Categories: ଜାତୀୟ

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ ଉଦ୍ୟମ ହେଉଥିଲା ବେଳେ ଏହାକୁ ଭାରତୀୟ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ଼ ହୋଇଥିଲା। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ। ଏହାର ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଭାରତୀୟ ସେନା ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରିଛନ୍ତି। ଏଥିରେ ଶିବିରଗୁଡ଼ିକ ଧ୍ୱଂସ ହୋଇ ଯାଇଥିବା କୁହାଯାଉଛି।

Share