Categories: ଜାତୀୟ

ପିଓକେରେ ୧୫ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଲେ ମସୁଦ ଅଜହରଙ୍କ ଭାଇ

ନୂଆଦିଲ୍ଲୀ,୩।୮: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହରଙ୍କ ଭାଇ ଇବ୍ରାହିମ୍‌ ଅଜହରଙ୍କ ଅନୁପସ୍ଥିତିକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ଇବ୍ରାହିମଙ୍କ ସହ ଅନ୍ୟ ୧୫ ତାଲିମପ୍ରାପ୍ତ ଆତଙ୍କବାଦୀ ମଧ୍ୟ ରହିଥିଲେ। ଏହି ସମସ୍ତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ପ୍ରବେଶ ପାଇଁ ପ୍ରଶିକ୍ଷଣ ଦିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଜାଣିବା ପରେ ଶୁକ୍ରବାର ଅମରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା।

Share