Categories: ଜାତୀୟ

ପିଓକେ ଉପରେ ଆକ୍ରମଣ ନେଇ ନରାଓ୍ବଣେଙ୍କ ମନ୍ତବ୍ୟ: ଚିନ୍ତା କରାଯିବ କହିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି ଯେ, ସେନା ଉପରେ ଭରସା ଅଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା କରାଯିବ। ନରାଓ୍ବଣେ କହିଥିଲେ ଯେ, ପିଓକେ ଅଧିକାର ପାଇଁ ସରକାର ଆଦେଶ ଦେଲେ ସେନା ଏହାକୁ କାର୍ଯ୍ୟକାରୀ କରିବ। ଶ୍ରୀପଦ ନାଏକ କହିଛନ୍ତି ସେନାର ବୀରତ୍ୱ ନେଇ ଦେଶର ଜନସାଧାରଣ ଗର୍ବ କରନ୍ତି। ଭାରତୀୟ ଯବାନଙ୍କ ପରାକ୍ରମ ବିଷୟରେ ସଭିଏଁ ଅବଗତ ଅଛନ୍ତି। ପିଓକେ ଆକ୍ରମଣ ନେଇ କେନ୍ଦ୍ର ସରକାର ନିଶ୍ଚିତ ଭାବେ ସେନାମୁଖ୍ୟଙ୍କ ମନ୍ତବ୍ୟ ଉପରେ ବିଚାର ବିମର୍ଷ କରିବେ ବୋଲି ସେ କହିଛନ୍ତି।

Share