Categories: ଜାତୀୟ

ପିଓକେ-ଗିଲ୍‌ଗିଟ୍‌କୁ ଲୋକ ସଭା ଆସନ ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ: ପୂର୍ବ ‘ର’ ଅଧିକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ,୧।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଏବଂ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଲୋକ ସଭା ଆସନ ଭାବେ ଘୋଷଣା କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ସୋମାବାର ଖାରଜ ହୋଇଯାଇଛି। ଏହି ମାମଲାରେ ଆବେଦନକାରୀ ପୂର୍ବ ‘ର’ ଅଧିକାରୀ ରାମ କୁମାର ଯାଦବଙ୍କୁ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ପ୍ରଧାନ ବିଚାରପତି ରଞ୍ଜନ କୁମାର ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଏହି ରାୟ ଦେଇଛନ୍ତି। ଯାଦବଙ୍କ ଦାବି ଆଇନ ଅନୁସାରେ ଅସ୍ବୀକାର୍ଯ୍ୟ ବୋଲି ସର୍ବୋଚ୍ଚ ଅଦାଲତ ସୂଚିତ କରିଛନ୍ତି।

Share