Categories: ଜାତୀୟ

ପିଓକେ ଭାରତର ଅଂଶ : ସେନା ମୁଖ୍ୟ

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର କହିଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଓ ଗିଲଗିଟ ବାଲତିସ୍ତାନ ଭାରତର ଅଂଶ। ଏହାକୁ ପାକିସ୍ତାନ ଆତଙ୍କବାଦୀ ଜବରଦସ୍ତ ମାଡି ବସିଛନ୍ତି। ଏହା ଖୁବ୍‌ଶୀଘ୍ର ଜମ୍ମୁ-କଶ୍ମୀରରେ ମିଶିବ ବୋଲି ସେ କହିଛନ୍ତି। ଯେତେବେଳେ ଜମ୍ମୁ-କଶ୍ମୀର ପୂର୍ଣ୍ଣ ରାଜ୍ୟ ବୋଲି କୁହାଯାଉଛି ସେତେବେଳେ ଏହାସହ ପିଓକେ ଓ ଗିଲଗିଟ ବାଲତିସ୍ତାନ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଯାହାକୁ ପାକିସ୍ତାନ ଅଧିକୃତ କରିଛି ତାହା ପାକିସ୍ତାନର ନୁହେଁ। ଏହା କେବଳ ପାକସ୍ତାନ ଆତଙ୍କବାଦୀଙ୍କ ଅଧିନରେ ଥିବା ଏକ ଅଞ୍ଚଳ। ସେ ଆହୁରି ମଧ୍ୟ କଥା ଦେଇଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱର ସବୁଠାରୁ ଭଲ ରାଇଫଲ, ଆମେରିକାର ସିଗ ସୌଏର ରାଇଫଲ ସେନାଙ୍କ ପାଇଁ ଉବଲବ୍ଧ ହେବ।

Share