ମାଦ୍ରିଦ୍,୧୮।୧: ଖ୍ୟାତି ସମ୍ପନ୍ନ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଟିଂକୁ କମ୍ ଦାମରେ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ସ୍ପେନ୍ର ମାଦ୍ରିଦ୍ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୮ ମାସ ଜେଲ ସହିତ ୪୧୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ୮୩ ବର୍ଷ ବୟସ୍କ ବ୍ୟବସାୟୀ ଜୈମି ବୋଟିନ୍ ଏହି ପେଟିଂକୁ ୨୫୦ କୋଟି ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ୧୯୭୭ରେ ଜୈମି ଏହାକୁ କିଣିଥିଲେ। ତେବେ ପିକାସୋଙ୍କ ପେଟିଂକୁ ସ୍ପେନ୍ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ହେରିଟେଜ୍ ଘୋଷିତ କରାଯାଇଛି। ତେଣୁ ଏହାର ବିକ୍ରି କରାଯିବା ଉପରେ କଡ଼ା କଟକଣା ଜାରି ହୋଇଛି। ଜୈମି ଆଇନର ଉଲ୍ଲଂଘନ କରି ପେଟିଂକୁ ବିକ୍ରି କରୁଥିବା ୨୦୧୫ରେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା।