ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନଂ. ରାଜପଥ ଖିରେଇଟାଙ୍ଗିରି ନିକଟ ଜହ୍ନେଇ ନାଳର ଡାଇଭର୍ସନ ପୋଲ ଉପରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ପଛରୁ ଟ୍ରେଲର ଧକ୍କା ଦେବା ଫଳରେ ପୋଲ ଉପରେ ଭ୍ୟାନ୍ଟି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଏଥିରେ ପିକ୍ଅପ୍ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି। ଖବରପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।