ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀ ମୃତ: ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାମପଦା ଛକରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୁଣ୍ଡା ବୋଝେଇ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନିଆ ସିଂ (୫୭)। ପ୍ରତିଦିନ ପରି ସନିଆ ସକାଳେ ସାଇକେଲ ଯୋଗେ କାମ କରିବାକୁ ଯାଉଥିବା ସମୟରେ ବାମପଦା ଛକରେ ଉକ୍ତ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। ଖବରପାଇ ପୋଲିସ ପହଞ୍ଚି ଉକ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।