ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ୭ ଗୁରୁତର

ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍‌ ବସ୍‌କୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ୭ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପୋଲିସ ଏବଂ ସ୍ଥାନୀୟ ଲୋକେ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ନେଇ ଏକ ପିକ୍‌ନିକ୍‌ ବସ୍‌ କଟକରୁ କଲିକତା ଫେରୁଥିବାବେଳେ ପଛପଟୁ ଏକ ଗୋରୁ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଆହତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗର ହୋଇଥିବାବେଳେ ଗୋରୁ ବୋଝେଇ ଟ୍ରକଟି ଫେରାର ହୋଇଯାଇଛି।