Categories: ଖେଳ

ପିଙ୍କ ବଲ ଟେଷ୍ଟ: କୋହଲି ପ୍ରଥମ ଭାରତୀୟ

କୋଲକାତା,୨୩।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ କରିଛନ୍ତି। ଟେଷ୍ଟ କ୍ରିକେଟରେ ଏହା କୋହଲିଙ୍କ ୨୭ତମ ଶତକ। ସେ ୧୫୮ ବଲର ସମ୍ମୁଖୀନ ହୋଇ ୧୨ ଚୌକା ବଳରେ ଶତକ ପୂରଣ କରିଛନ୍ତି। ପିଙ୍କ ବଲ ଟେଷ୍ଟରେ ଶତକ ହାସଲ କରିବାରେ କୋହଲି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ।

Share