Categories: ବାଣିଜ୍ୟ

ପିଚାଇ, ଫ୍ରିଡ଼୍‌ମ୍ୟାନଙ୍କୁ ଗ୍ଲୋବାଲ ଲିଡରସିପ୍‌ ପୁରସ୍କାର

ଓ୍ବାଶିଂଟନ,୬-୬: ଗୁଗଲ ସିଇଓ ସୁନ୍ଦର ପିଚାଇ(୪୬) ଏବଂ ଆମେରିକା ଷ୍ଟକ୍‌ ଏକ୍ସଚେଞ୍ଜ ନ୍ୟାସ୍‌ଡ୍ୟାକ୍‌ ପ୍ରେସିଡେଣ୍ଟ ଆଡେନା ଫ୍ରିଡ୍‌ମ୍ୟାନଙ୍କୁ ଚଳିତ ବର୍ଷ ଲାଗି ଗ୍ଲୋବାଲ ଲିଡରସିପ୍‌ ପୁରସ୍କାର ମିଳିବ। ଟେକ୍ନୋଲୋଜି ଉପରେ ଆଧାରିତ ପ୍ରମୁଖ ପ୍ଲାଟଫର୍ମ ଭାବେ ଦୁଇ କମ୍ପାନୀର ଯୋଗଦାନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆସନ୍ତା ସପ୍ତାହରେ ହେବାକୁ ଥିବା ଇଣ୍ଡିଆ ଆଇଡିଆ ସମ୍ମିଳନୀରେ ପୁରସ୍କୃତ କରାଯିବ। ବିଜ୍‌ନେସ୍‌ ଆଡଭାଇଜରୀ ଗ୍ରୁପ୍‌ ଆମେରିକା-ଭାରତ ବାଣିଜ୍ୟ ପରିଷଦ ପକ୍ଷରୁ ସେମାନଙ୍କୁ ମନୋନୀତ କରାଯାଇଛି। ପରିଷଦ ୨୦୦୭ରୁ ପ୍ରତ୍ୟେକ ବର୍ଷ ଗ୍ଲୋବାଲ ଲିଡରସିପ୍‌ ପୁରସ୍କାର ପ୍ରଦାନ କରିଆସୁଛି। ଆମେରିକା ଓ ଭାରତ ମଧ୍ୟ ବାଣିଜ୍ୟ ବୃଦ୍ଧି ଲାଗି କାର୍ଯ୍ୟ କରୁଥିବା ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରୁ ଲିଡରସିପ୍‌ ବଛାଯାଏ।

Share