ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ ପ୍ରସ୍ତୁତ କରିପାରନ୍ତି। ତାଙ୍କର ଡେଲି ଫୁଡ୍ ରୁଟିନ୍ରେ କେଉଁ ଖାଦ୍ୟ ଥାଉ କି ନ ଥାଉ ପିଜା ନିଶ୍ଚୟ ଥିବ। ଅଭିନୟ ବ୍ୟତୀତ ସେ ଜଣେ ମେଧାବୀ ଛାତ୍ରୀ। ମାଞ୍ଚେଷ୍ଟର ବିଜ୍ନେସ ସ୍କୁଲରୁ ସେ ତିନୋଟି ବିଷୟ-ଇକୋନୋମିକ୍ସେ, ଫାଇନାନ୍ସ ଏବଂ ବିଜ୍ନେସ୍ରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ସେ ମଧ୍ୟ ଭଲ ଗୀତ ଗାଇପାରନ୍ତି। ବଲିଉଡ୍ରେ ଏଣ୍ଟ୍ରି କରିବା ପୂର୍ବରୁ ୟଶ୍ରାଜ ଫିଲ୍ମସରେ ସେ ପି.ଆର. ଏବଂ ମାର୍କେଟିଂ କନ୍ସଲଟାଣ୍ଟ ଭାବେ କାମ କରିଥିଲେ। ସଙ୍ଗୀତରେ ସେ ବି.ଏ. ଅନର୍ସ ଡିଗ୍ରୀ ହାସଲ କରିଛନ୍ତି। ଦ୍ୱାଦଶ ପରୀକ୍ଷାରେ ସେ ସର୍ବଭାରତୀୟସ୍ତରରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଏବଂ ଏପରି କୃତିତ୍ୱ ପାଇଁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।