Categories: ଜାତୀୟ

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା ପୋଲିସ। ଏହି ଶୁଆଗୁଡିକୁ ବିଦେଶ ଚୋରାଚାଲାଣ କରାଯାଉଥିବାବେଳେ ଧରାଯାଇଥିଲା। ଉଜବେକିସ୍ତାନର ରଖମତ ଜୋନୋବ ଜଣେ ବ୍ୟକ୍ତି ଶୁଆଗୁଡିକୁ ଏକ ପ୍ୟାକେଟରେ ଭର୍ତ୍ତି କରି ନିଜ ଦେଶକୁ ନେଉଥିବାବେଳେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ ଯବାନମାନେ ଧରି କଷ୍ଟମ ବିଭାଗକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ବିରୋଧରେ ବନ୍ୟଜନ୍ତୁ ଆଇନ ଅନୁସାରେ ମାମଲା ରୁଜୁ କରିଛି କଷ୍ଟମ ବିଭାଗ। ଆଇନ ଅନୁସାରେ, କୌଣସି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହିତ ତାଙ୍କଠାରୁ ଜବତ ସାମଗ୍ରୀ କୋର୍ଟରେ ହାଜର କରାଇବା ଜରୁରୀ। ଏଥିପାଇଁ ଏହି ଶୁଆମାନଙ୍କୁ କୋର୍ଟରେ ହାଜର କରିବାକୁ ପଡ଼ିଥିଲା।

Share