ପିଟିପିଟି ଯୁବକଙ୍କୁ ହତ୍ୟା

ଭଦ୍ରକ ଅଫିସ୍‌, ୨୦-୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ବିଜୟ ବେହେରା(୪୦)। ରାସ୍ତା ଉପରେ ବାଲି ରଖିବାକୁ କେନ୍ଦ୍ରକରି ଗୁରୁବାର ରାତିରେ ଗଁାର ଏକ ପରିବାର ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ପ୍ରତିପକ୍ଷ ଲୁହା ରଡ୍‌ରେ ଆକ୍ରମଣ କରିବାରୁ ବିଜୟ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ରାତି ପ୍ରାୟ ୧୦ଟା ବେଳେ ତାଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲା। ସେଠାରେ ମୃତ ବିଜୟଙ୍କ ସମ୍ପର୍କୀୟଙ୍କ ବୟାନକୁ ଭିତ୍ତିକରି ପୋଲିସ ରାଉତରାଗଡ଼ିଆ ପାଟଣା ଗଁାକୁ ଯାଇ ତଦନ୍ତ ଚଳାଇଛି।