ପିଠିରେ ଯନ୍ତ୍ରଣା କେତେ କଷ୍ଟକର ତାହା ଅନୁଭବୀ ହିଁ ଜାଣେ। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ସେ ଲେଖିଥିବା ଔଷଧ ଖାଇବା ସହ ତାଙ୍କ ନିର୍ଦ୍ଦେଶରେ ଚିକିତ୍ସିତ ହେବାକୁ ପଡ଼ିଥାଏ। ନିକଟରେ ଏପରି ସମସ୍ୟାରୁ ଉପଶମ ପାଇବା ପାଇଁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ନୂଆ ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ଇଞ୍ଜେକସନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତା’ସହ ଏହାକୁ ନେଉଥିବା ବ୍ୟକ୍ତି ଯଦି ଡାଇବେଟିସ୍ରେ ଆକ୍ରାନ୍ତ ତେବେ ତାଙ୍କର ରକ୍ତରେ ସୁଗାର ପରିମାଣ ମଧ୍ୟ ଅସନ୍ତୁଳିତ ହେବ ନାହିଁ। ଅପରପକ୍ଷରେ ପରୀକ୍ଷାମୂଳକ ଭାବରେ ଏହି ଇଞ୍ଜେକସନରୁ ସଫଳତା ମିଳିଛି ବୋଲି ଏହାର ପ୍ରସ୍ତୁତକାରୀ ସଂସ୍ଥାର ମୁଖ୍ୟ ପ୍ରଫେସର ଷ୍ଟେଭିନ୍ ଲୋହାନ୍ ପ୍ରକାଶ କରିଛନ୍ତି।