ପିଡିଏସ୍‌ ସାମଗ୍ରୀ ବଣ୍ଟନବେଳେ ଗହଳି

ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ପକ୍ଷରୁ ବଣ୍ଟନ ସ୍ଥାନରେ ଗୋଲେଇ କରାଯିବା ସହ ଉକ୍ତ ଗୋଲେଇ ମଧ୍ୟରେ ରହି ଏହି ସମାଗ୍ରୀ ନେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏବେ ପ୍ରବଳ ଭିଡ଼ ଜମୁଛି। କେହି ସାମାଜିକ ଦୂରତ୍ୱ ମାନୁ ନାହାନ୍ତି। ପ୍ରଶାସନ ବାରମ୍ବାର ଲୋକଙ୍କୁ ବୁଝାଉଥିବାବେଳେ କେହି ମାନୁ ନ ଥିବା ଜଣାପଡ଼ିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସର ଚିନ୍ତା ବଢ଼ିଛି। ଲୋକଙ୍କୁ ପୋଳିସ ବାରମ୍ବାର ଅପିଲ କରିବା ସହ ଶପଥ ପାଠ କରାଉଥିଲେ ସୁଦ୍ଧା ଲୋକ ପରବର୍ତ୍ତି ସମୟରେ ଏଭଳି ସମସ୍ୟା ବଢ଼ାଉଛନ୍ତି।

Share