ପିତାଙ୍କୁ ଅମିତାଭ ପିଟୁଥିବା ଦେଖି ଶୁଟିଂ ସେଟ୍‌ରେ କାନ୍ଦିଥିଲେ ଏହି କୁନି ଝିଅ, ଏବେ ଲୋକପ୍ରିୟ ଅଭିନେତ୍ରୀ

ବିଗ୍‌ ବି ଅମିତାଭ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି କଳାଧଳା ଫଟୋରେ ତାଙ୍କ ସହିତ ଜଣେ ଛୋଟ ଝିଅ ଅଛନ୍ତି। ଫଟୋ ଶେୟାର କରି ଅମିତାଭ ଲେଖିଛନ୍ତି ‘ ଚିହ୍ନନ୍ତୁ କିଏ’। ଏହି ଫଟୋ ୧୯୮୩ ମସିହାର। ଗୋଆରେ ପୁକାର ଫିଲ୍ମର ଶୁଟିଂ ଚାଲିଥିବାବେଳେ ପିତା ରଣଧୀର କପୁରଙ୍କ ସହିତ ସେଟ୍‌କୁ ଆସିଥିଲେ କରୀନା। ସେତେବେଳେ ତାଙ୍କୁ ୩ ବର୍ଷ ହୋଇଥିଲା। ‘ପୁକାର’ ଫିଲ୍ମରେ ଅମିତାଭଙ୍କ ସହିତ ରଣଧୀର କପୁର, ଜୀନତ ଅମାନ ଏବଂ ଟୀନା ମୁନିମ ଥିଲେ।

ଏକ ଫାଇଟ୍‌ ଦୃଶ୍ୟରେ ଅମିତାଭ ରଣଧୀରଙ୍କୁ ପିଟୁଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା କରୀନା ଜୋର୍‌ରେ ପାଟି କରିବାକୁ ଲାଗିଲେ। ପିତାଙ୍କୁ ମାଡ଼ ମରାଯାଉଥିବା ଦୃଶ୍ୟ ଦେଖି କରୀନା ନିଜକୁ ସମ୍ଭାଳି ପାରିଲେନି। ସିଧା ଦୌଡ଼ି ଚାଲିଆସିଲେ ଅମିତାଭଙ୍କ ନିକଟକୁ।

ଶେଷରେ ଅମିତାଭଙ୍କ ଗୋଡ଼ି ଧରିନେଲେ ଆଉ କହିଲେ, ‘ମେରେ ପାପା କୋ ମତ୍‌ ମାରୋ’। ଫଳରେ ଶୁଟିଂକୁ ବନ୍ଦ କରି ଦିଆଗଲା। ପରେ ଅମିତାଭ କରୀନାଙ୍କୁ କୋଳକୁ ନେଇଯାଇଥିଲେ। ତାଙ୍କୁ ବୁଝାଇଲେ ଏସବୁ ଫିଲ୍ମରେ ହୁଏ। ପ୍ରକୃତରେ ମଁୁ ତୁମ ପିତାଙ୍କୁ ମାରୁ ନ ଥିଲି। ବହୁତ ବୁଝାଇବା ପରେ ଶେଷରେ କରୀନା ବୁଝିଗଲେ। ପରେ ପୁଣି ଶୁଟିଂ ଚାଲିଲା। ଯେତେବେଳେ ଫିଲ୍ମଟି ରିଲିଜ ହେଲା ଏହା ସୁପରହିଟ୍‌ ହୋଇଥିଲା।

Share