ଇନ୍ଦୋର,୧୭।୬: ମଧ୍ୟପ୍ରଦେଶ ଇନ୍ଦୋରର ରିଜିଓନାଲ ପାର୍କ ମୁକ୍ତିଧାମ ଶ୍ମଶାନରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ। ଏଠାରେ ୩୮ ବର୍ଷ ବୟସ୍କ ବ୍ୟବସାୟୀ ଜୟ ଓ୍ବାଟଓ୍ବାନୀଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ୧୨ ବର୍ଷ ବୟସ୍କା ଝିଅ ଖୁସି ମୁଖାଗ୍ନି ଦେଇଥିଲେ। ଖୁସି କାନ୍ଦି କାନ୍ଦି ପିତାଙ୍କୁ ଅନ୍ତିିମ ବିଦାୟ ଦେବା ସହିତ ‘ହାପି ଫାଦରର୍ସ ଡେ’ ବୋଲି କହିଥିଲେ। ଖୁସିଙ୍କ ଏଭଳି ମାର୍ମିକ କଥା ଉପସ୍ଥିତ ଲୋକଙ୍କୁ ବେଶ୍ ଭାବୁକ କରିଥିଲା। ଓ୍ବାଟଓ୍ବାନୀଙ୍କ ଅଙ୍ଗଦାନ ପାଇଁ ପରିବାର ପକ୍ଷରୁ ସ୍ବୀକୃତି ଦିଆଯାଇଥିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କେବଳ ଆଖି କାଢ଼ି ନିଆଯାଇଥିବା କୁହାଯାଉଛି।