Categories: ଖେଳ

ପିତାଙ୍କ ଗୋଟିଏ ଉପଦେଶ ବଦଳାଇ ଦେଇଥିଲା ସଚିନଙ୍କ ଜୀବନ

ଜୁନ ୨୧ ଅର୍ଥାତ୍‌ ଆଜି ପିତୃ ଦିବସ ପାଳନ କରାଯାଉଛି। ଏହି ଅବସରରେ ସାଇନା ନେହୱାଲଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ଖେଳାଳିମାନେ ନିଜ ପିତାଙ୍କୁ ମନେ ପକାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଆରା ଢଙ୍ଗରେ ଏହି ଦିବସରେ ପିତାଙ୍କୁ ମନେ ପକାଇଛନ୍ତି। ଟୁଇଟ୍‌ରରେ ପିତାଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରି କହିଛନ୍ତି, ଜଣେ ଭଲ ମଣିଷ ହେବା ପାଇଁ ତାଙ୍କ ପିତା ରମେଶ ତେନ୍ଦୁଲକରଙ୍କ ପରାମର୍ଶକୁ ସେ ସର୍ବଦା ମନେ ରଖିବେ। ସବୁକିଛି ଦେଇଥିବାରୁ ସଚିନ ପିତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସେହିପରି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଇରଫାନ ପଠାନ, ଶିଖର ଧାଓ୍ବନ ମଧ୍ୟ ନିଜ ନିଜ ପିତାଙ୍କ ଫଟୋ ଶେୟାର କରିଛନ୍ତି।

Share