Categories: ଜାତୀୟ

ପିତାଙ୍କ ନାଁ ମଧ୍ୟପ୍ରଦେଶ, ପୁଅ ଭୋପାଳ

ଭୋପାଳ,୧।୧୧: ଆଜି ମଧ୍ୟପ୍ରଦେଶ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ନାମ ହେଉଛି ମଧ୍ୟପ୍ରଦେଶ ସିଂ। ଡାବୁଆର ଶାସକୀୟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶ ନିଜ ୩ ମାସର ପୁଅ ନାଁ ଭୋପାଳ(ମଧ୍ୟପ୍ରଦେଶ ରାଜଧାନୀ) ସିଂ ରଖିଛନ୍ତି। ଏଭଳି ନାଁ ରଖିବା ଯୋଗୁ ବେଳେବେଳେ ତାଙ୍କୁ ଅସୁବିଧାର ସାମ୍ନାକୁ କରିବାକୁ ପଡେ। କାରଣ ସମସ୍ତେ ନାଁ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି। ତେଣୁ ପାଖରେ ସବୁବେଳେ ନିଜ ପରିଚୟ ପତ୍ର ରଖିଥାଏ ବୋଲି ମଧ୍ୟପ୍ରଦେଶ କହିଛନ୍ତି।

Share