Categories: ଖେଳ

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ ଓପନ୍‌ ଶୁଟିଂ ପ୍ରତିଯୋଗିତାରେ ମାନବାଦିତ୍ୟ ରାଠୋର ବିଭିନ୍ନ ବିଭାଗରେ ୩ଟି ସ୍ବର୍ଣ୍ଣ ପଦକ ସହ ମୋଟ ୪ଟି ପଦକ ଜିତିଛନ୍ତି। ପୂର୍ବରୁ ତାଙ୍କ ପିତା ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏବେ ସେ ଜୟପୁର ଗ୍ରାମୀଣରୁ ଏମ୍‌ପି ଅଛନ୍ତି। ନରେନ୍ଦ୍ର ମୋଦିଙ୍କ ଗତ ସରକାରରେ ସେ ମନ୍ତ୍ରୀ ଥିଲେ। ସୂଚନାଯୋଗ୍ୟ, ମାନବାଦିତ୍ୟ ଚଳିତବର୍ଷ ପ୍ରାରମ୍ଭରେ ଖେଲୋ ଇଣ୍ଡିଆ ପକ୍ଷରୁ ଆୟୋଜିତ ଅଣ୍ଡର-୨୧ ଟ୍ରାପ୍‌ ଶୁଟିଂ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share