ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କ ଫଟୋ ଶେୟାର କରିବା ସହ ଭାବୁକ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ହିମାଚଳରେ ଫିଲ୍ମ ଶୁଟିଂ କରୁଥିବା ଅମିତାଭ କେବେ ପୋଲାଣ୍ଡ ପହଞ୍ଚିଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ହେଲେ ରବିବାର ସେ ଟୁଇଟରରେ କିଛି ଫଟୋ ଶେୟାର କରି ପୋଲାଣ୍ଡରେ ଥିବା ସୂଚନା ଦେଇଥିଲେ। କିନ୍ତୁ ସେ କ’ଣ ପାଇଁ ପୋଲାଣ୍ଡ ଗସ୍ତ କରିଛନ୍ତି ସେ ନେଇ କିଛି କହି ନ ଥିଲେ। ଏବେ ସେ ଏକ ଚର୍ଚ୍ଚରେ ତାଙ୍କ ପିତାଙ୍କ ସହ ଫଟୋ ଶେୟାର କରି ଭାବୁକ ହୋଇ ପଡିଛନ୍ତି। ୟୁରୋପର ସବୁଠାରୁ ପୁରାଣା ଚର୍ଚ୍ଚ ଭିତରୁ ଗୋଟିଏ ଚର୍ଚ୍ଚରେ, ପୋଲାଣ୍ଡରେ ସେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଇଛି। ସେ କହିଛନ୍ତି ବାବୁଜୀଙ୍କ ଆତ୍ମାକୁ ଶାନ୍ତି ଓ ସୁଖ ମିଳିବା ଦରକାର। ଏହି ସମୟରେ ସେ ବିଶପ ଓ ପୋଲାଣ୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ପୋଲାଣ୍ଡରେ ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କୁ ସମ୍ମାନୀତ କରାଯାଇଛି। ବିଦେଶ ମାଟିରେ ତାଙ୍କ ପିତାଙ୍କୁ ସମ୍ମାନ ମିଳିବା ଜଣେ ପୁଅ ପାଇଁ କିଛି କମ୍‌ ଗୌରବର ବିଷୟ ନୁହେଁ ବୋଲି ଅମିତାଭ ଲେଖିଛନ୍ତି। ଏହାସହ ଅମିତାଭ ସେହି ପୁରୁଣା ଚର୍ଚ୍ଚର ଫଟୋ ମଧ୍ୟ ଶେୟାର କରିଛନ୍ତି।

Share