ପିତାଙ୍କ ଫିଲ୍ମରେ କାମ କରିବେ ଜାହ୍ନବି

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଭାବେ ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀଦେବୀଙ୍କ ଲଳନା ଜାହ୍ନବି କପୁର। ଏବେ ସେ ତାଙ୍କ ପିତା ବୋନି କପୁରଙ୍କ ପ୍ରଯୋଜିତ ଫିଲ୍ମ ‘ବମ୍ବେ ଗର୍ଲ’ରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ତ୍ରିପାଠି। ଏହା ପିତାପୁତ୍ରୀଙ୍କ ପ୍ରଥମ ଫିଲ୍ମ ହେବ ବୋଲି ଆଲୋଚନା ହେଉଛି। ଫିଲ୍ମ ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ନିକଟରେ କରନ ଜୋହରଙ୍କ ଏକ ବାୟୋପିକ୍‌ ଫିଲ୍ମ ‘ଗୁଞ୍ଜନ ସାକ୍ସେନା’ର ଶୁଟିଂ ସାରିଛନ୍ତି ଜାହ୍ନବି। ଏହା ୧୩ ମାର୍ଚ୍ଚ ୨୦୨୦ରେ ରିଲିଜ୍‌ ହେବାର ଯୋଜନା ରହିଛି।

Share