Advertisement

ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଇମୋଶନାଲ ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପିତା କୃଷ୍ଣରାଜ ରାୟଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି। ଐଶ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପିତାଙ୍କୁ ମନେ ପକାଇବା ସହିତ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବହୁତ ଇମୋଶନାଲ୍‌ ହୋଇଯାଇଥିବା ଜଣାପଡୁଛନ୍ତି। ୨୦୧୭ ମସିହାରେ କର୍କଟ ରୋଗରେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା।

ଏଥିରେ ସେ କ୍ୟାପ୍‌ଶନ ଲେଖିଛନ୍ତି, ତୁମେ ବହୁତ ମନେ ପଡୁଛ ବାବା। ଆଉ ଗୋଟିଏ ଫଟୋ ଶେୟାର କରି ଲେଖିଛନ୍ତି, ଭଗବାନ ଆପଣଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ। ଐଶ୍ୱର୍ଯ୍ୟାଙ୍କ ସହ ଏହି ଫଟୋରେ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ନଜର ଆସିଛନ୍ତି। ତାଙ୍କ ସହିତ ଐଶ୍ୱର୍ଯ୍ୟାଙ୍କ ମା’ ମଧ୍ୟ ଅଛନ୍ତି। ଏହି ଫଟୋକୁ ଏବେସୁଦ୍ଧା ୧୦ ଲକ୍ଷରୁ ଅଧିକ ୟୁଜର ଲାଇକ୍‌ କରିସାରିଲେଣି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share