Categories: ଫୁରସତ

ପିତାଙ୍କ ସ୍ମୃତିରେ ୧୩ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ପୁଅ

ଆସାମ ଦିବ୍ରୁଗଡ଼ର ଏକ ସଡ଼କରେ ଚାଲିଲେ, ଆପଣଙ୍କୁ ବିଦେଶରେ ଭ୍ରମଣ କରିବାର ଅନୁଭୂତି ପ୍ରାପ୍ତ ହେବ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ସଡ଼କର ନିର୍ମାଣ ସ୍ଥାନୀୟ ଅଞ୍ଚଳର ଗୌତମ ବାରଦାଲୋଇ କରିଛନ୍ତି। ପିତାଙ୍କ ନାମାନୁସାରେ ସଡ଼କର ନାମକରଣ କରିଛନ୍ତି ହେରମ୍ବା ବାରଦାଲୋଇ। ତାଙ୍କ ପିତା ଜଣେ ସାମ୍ବାଦିକ ସାଙ୍ଗକୁ ସମାଜସେବୀ। ନିଜ ଜୀବନର ଅନେକ ମୂଲ୍ୟବାନ ସମୟକୁ ସେ ଅସହାୟ, ନିଃସହାୟ, ଦୁଃଖିଦରିଦ୍ରଙ୍କ ସେବାରେ ଅତିବାହିତ କରିଛନ୍ତି। ତେବେ ସେମାନେ ବାସ କରୁଥିବା ଅଞ୍ଚଳର ସଡ଼କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମିଯାଏ। ଗୌତମଙ୍କ ପିତାଙ୍କ ମୃତ୍ୟୁ ପରେ ନଗରପାଳିକା ରାସ୍ତାର ଉନ୍ନତିକରଣ ପାଇଁ ଚେଷ୍ଟା ଚଳାଇଲେ। ହେରମ୍ବାଙ୍କ ନାମାନୁସାରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ସଡ଼କ କାମ ଏତେ ବି ଉନ୍ନତ ନ ଥିଲା। ଏଣୁ ପିତାଙ୍କ ନାମକୁ ଉଚ୍ଚ କରିବାକୁ ଯାଇ ତାଙ୍କ ସ୍ମୃତିରେ ଗୌତମ କିଛି ଯୁବକଙ୍କ ସହ ମିଶି ଅଞ୍ଚଳର ସଡ଼କକୁ ଏଭଳି ଆକାର ଦେଲେ, ଦେଖୁଥିବା ଲୋକଙ୍କ ପଲକ ପଡୁନାହଁି ଏବେ। ସେ ପ୍ରାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଥମେ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ କାମ କଲେ। ପରେ ରାସ୍ତାକୁ ଦେଢ଼ ଫୁଟ୍‌ ଉଚ୍ଚ କଲେ। ୧୭୮ ମିଟର ଲମ୍ବ ରାସ୍ତାର ଉଭୟ ପାର୍ଶ୍ୱରେ ଅମୃତଭଣ୍ଡା, ହଳଦୀ ଏବଂ ଧନିଆ ଗଛ ଲଗାଇଲେ। ବିଭିନ୍ନ ରଙ୍ଗଦେଇ ରାସ୍ତାକୁ ଏକ ଆଦର୍ଶ ବିଶ୍ୱସ୍ତରୀୟ ସଡ଼କରେ ପରିଣତ କଲେ।

Share