ପିତାଙ୍କ ୮୦ତମ ଜନ୍ମଦିବସରେ ଏହି ପ୍ରଶ୍ନ ପଚାରିଥିଲେ ଅମିତାଭ, ଭିଡିଓ ଭାଇରାଲ

ବିଗ୍‌ ବି ଅମିତାଭ ବଚ୍ଚନ ନିଜର ଫିଲ୍ମ ଶୁଟିଂରୁ କିଛି ସମୟ ବାହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କବିତା ହେଉକି କି ଫ୍ୟାମିଲି ଫଟୋ ପ୍ରତିଦିନ କିଛି ନା କିଛି ଶେୟାର କରି ପ୍ରଶଂସକମାନଙ୍କୁ ଜଣାଉଛନ୍ତି। ଏବେ ସୋସିଆଲ ମିଡିଆରେ ଏକ ପୁରୁଣା ଫ୍ୟାମିଲି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓଟି ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ୮୦ ତମ ଜନ୍ମଦିବସ ପାଳନ ସମୟର। ଏଥିରେ ଅମିତାଭ, ଜୟା, ମା’ ତେଜି ବଚ୍ଚନ ଏବଂ ହରିବଂଶ ରାୟ ବଚ୍ଚନ ଅଛନ୍ତି। ଭିଡିଓଟି ଶେୟାର କରି ଅମିତାଭ କ୍ୟାପଶନ ଲେଖିଛନ୍ତି, ଏମିତି ସମୟ, ଯେଉଁଠି ସବୁବେଳେ ପ୍ରେମ ହୋଇଥାଏ ଆଉ ବାରମ୍ବାର ଜୀଇଁଉଠେ ମଣିଷ। ଅମିତାଭ ପିତା ହରିବଂଶଙ୍କୁ ଏକ ପ୍ରଶ୍ନ ପଚାରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଅମିତାଭ ପିତାଙ୍କୁ ପଚାରୁଛନ୍ତି, ଆପଣଙ୍କୁ ଯେତେବେଳେ ୬୦ ହୋଇଥିଲା ଆମେ ଜନ୍ମଦିବସ ପାଳନ କରିଥିଲୁ। ସେତେବେଳେ ଆପଣ କହିଥିଲେ ‘ଜବ୍‌ ସାଠା ତପ୍‌ ପାଠା’ । ଏବେ ଆପଣଙ୍କୁ ୮୦ ତା’ହେଲେ କ’ଣ କହିବେ? ପଛରୁ ଉତ୍ତର ଆସିଲା ‘ଲପ୍ସି’। ଏହା ଶୁଣି ସମସ୍ତେ ହସି ଉଠିଥିଲେ। ମା’ ତେଜି ଅମିତାଭଙ୍କୁ‘ଲପ୍ସି’ର ଅର୍ଥ ବୁଝାଇ କହିଲେ ଏହା ଏକ ମିଠାଇ। ଯାହା ଖୁବ୍‌ ସ୍ବାଦିଷ୍ଟ। ପୁଣି ହରିବଂଶଙ୍କୁ ସମସ୍ତେ ପଚାରିଲେ ଯେତେବେଳେ ଆପଣଙ୍କୁ ୯୦ କି ୧୦୦ହେବ କ’ଣ କହିବେ? ଏହାର ଉତ୍ତରରେ ହରିବଂଶ କହିଲେ, ସେ ସମୟ ଆସୁ। ୧୦୦ ବୟସରେ ପହଞ୍ଚି ସାରନ୍ତୁ। ତା’ ପରେ ଉତ୍ତର ଦେବେ। ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share