Categories: ଜାତୀୟ

ପିତା ପାକିସ୍ତାନୀ ବୋଲି ଲୁଚାଇଥିଲେ: ଅତିଶ ଅଲ୍ଲୀ ତଶିରଙ୍କ ଓସିଆଇ କାର୍ଡ ରଦ୍ଦ

ନୂଆଦିଲ୍ଲୀ,୮।୧୧: ବ୍ରିଟେନରେ ଜନ୍ମିତ ଲେଖକ ଅତିଶ ଅଲ୍ଲୀ ତଶିରଙ୍କ ଓଭରସିଜ୍‌ ସିଟିଜେନ୍‌ ଅଫ୍‌ ଇଣ୍ଡିଆ(ଓସିଆଇ) କାର୍ଡ ଗୃହ ମନ୍ତ୍ରଣାଳୟ ରଦ୍ଦ କରାଯାଇଛି। ତାଙ୍କ ପିତା ପାକିସ୍ତାନୀ ବୋଲି ସେ ଗୃହ ମନ୍ତ୍ରଣାଳୟକୁ ଲୁଚାଇଥିଲେ ବୋଲି ଜଣାପଡିଛି। ଏଭଳି ଗରୁତ୍ୱପୂର୍ଣ୍ଣ କଥା ଲୁଚାଇଥିବାରୁ ନାଗରିକତା ନିୟମ ୧୯୫୫ ଅନୁଯାୟୀ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ତାଙ୍କୁ ନୋଟିସ୍‌ ପଠାଯାଇଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇ ନ ଥିଲେ। ସୂଚନାଯୋଗ୍ୟ, ଟାଇମ୍ସ ମାଗାଜିନର ଏକ ସ୍ତମ୍ଭରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଶ ଡିଭାଇଡର ଇନ୍‌ ଚିଫ୍‌ ଆଖ୍ୟା ଦେଇଥିଲେ।

Share