Categories: ଜାତୀୟ

ପିତା ହେଲେ ୨୬ ସପ୍ତାହ ଛୁଟି ସହ ୭୦ ହଜାର ଟଙ୍କା ସହାୟତା ଦେବ ‘ଜୋମାଟୋ’

ନୂଆଦିଲ୍ଲୀ, ୫।୬: ମହିଳାଙ୍କ ଭଳି ପୁରୁଷ କର୍ମଚାରୀଙ୍କୁ ପିତୃକାଳୀନ ଛୁଟି ପ୍ରଦାନ କରିବ ଫୁଡ ଏଗ୍ରିଗେଟର କମ୍ପାନୀ ‘ଜୋମାଟୋ’। କମ୍ପାନୀର ଯେଉଁ କର୍ମଚାରୀ ପିତା ହେବେ ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତା’ସହିତ ପିତା ହୋଇଥିବା କର୍ମଚାରୀଙ୍କୁ ୭୦ ହଜାର ଟଙ୍କାର ଅତିରିକ୍ତ ସହାୟତା ମଧ୍ୟ ଯୋଗାଇଦିଆଯିବ ବୋଲି ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲ କହିଛନ୍ତି। ସବୁଠୁ ବଡ କଥା ହେଲା, କମ୍ପାନୀର ଏହି ନିୟମ ସରୋଗେସୀ, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ସମଲିଙ୍ଗୀ ପାର୍ଟନରଙ୍କ କ୍ଷେତ୍ରରେ ବି ଲାଗୁ ହେବ। ପୂର୍ବରୁ ସରକାରୀ ନିୟମ ମୁତାବକ, କେବଳ ମହିଳାମାନଙ୍କୁ ପ୍ରସବ ସମୟରେ ୬ମାସ ମାତୃକାଳୀନ ଛୁଟି ମିଳେ।

Share