Categories: ବାଣିଜ୍ୟ

ପିତୃଦିବସ ଲାଗି କଲ୍ୟାଣ ଜୁଏଲର୍ସର ଗହଣା ସମ୍ଭାର

ନୂଆଦିଲ୍ଲୀ,୧୫-୬ : ପିତୃ ଦିବସ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ଗହଣା ସମ୍ଭାର ଆରମ୍ଭ କରାଯାଇଛି। କମ୍ପାନୀ ଏହାର ମେନସଓ୍ବେର ଡିଜାଇନ ମଧ୍ୟରେ ସ୍ପୋର୍ଟ,ଡ୍ରେସି ଏବଂ କ୍ଳାସି ଭଳି ବର୍ଗ ସାମିଲ କରିଛି। ଏହା ମଧ୍ୟରେ ମୁଦି, ଡାଇମଣ୍ଡ ଷ୍ଟଡେଡ ମୁଦି, ଫେସନ ଏବଂ ଫାଇନ ବ୍ରେସଲେଟ, ସୁନ୍ଦର ହୀରା ପେଣ୍ଡେଣ୍ଟ, ନଓ୍ବାବ ଷ୍ଟାଇଲ ନେକଲେସ ସାମିଲ ରହିଛି। ଏହି ଗହଣା ମଧ୍ୟରୁ ଚୟନ କରି ପିତାଙ୍କୁ ଉପହାର ଭାବେ ଦେବା ସହ ତାଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବାକୁ ନୂଆ ଡିଜାଇନ ଆସିଥିବା କଲ୍ୟାଣ ଜୁଏଲର୍ସ ପକ୍ଷରୁ କୁହାଯାଇଛି।

Share