Categories: ଜାତୀୟ

ପିତୃପୁରୁଷଙ୍କ ନାମରେ ଟ୍ରେନ୍‌ରେ କରାଯାଉଛି ସିଟ୍‌ ବୁକିଂ: ପରିବାର ସଦସ୍ୟ ପିତୃଦଣ୍ଡକୁ ଦେଉଛନ୍ତି ପହରା

ନୂଆଦିଲ୍ଲୀ,୧୮।୯: ଏବେ ପିତୃପକ୍ଷ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ମହାଳୟାଠାରୁ ୧୫ ଦିନ ଧରି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଗୟାରେ ପିଣ୍ଡଦାନ ଲାଗି ଲୋକେ ନଡ଼ିଆ, ବାଉଁଶରେ ନିର୍ମିତ ପିତୃଦଣ୍ଡ ଆଦି ଟ୍ରେନ୍‌ର ସିଟ୍‌ରେ ଶୁଆଇ ରଖି ନେଇଥାନ୍ତି। ଏଥିଲାଗି ପିତୃପୁରୁଷଙ୍କ ନାମରେ ସିଟ୍‌ ବୁକିଂ ମଧ୍ୟ କରାଯାଉଛି। ପିତୃଦଣ୍ଡ ଯେଭଳି ସୁରକ୍ଷିତ ରହିବ ସେଥିଲାଗି ପରିବାର ସଦସ୍ୟ ବାଟସାରା ଜଣଙ୍କ ପରେ ଜଣେ ଏଭଳି ପାଳି କରି ୨ ଘଣ୍ଟା ଲେଖାଏଁ ପହରା ଦେଇଥାନ୍ତି। ପିତୃଦଣ୍ଡ ନିର୍ମାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ହୋଇଥିବା ଶ୍ମଶାନ ମାଟି ବ୍ୟବହୃତ ହୋଇଥାଏ।

Share