Categories: ରାଜ୍ୟ

ପିତ୍ତଳହଣ୍ଡା କାରିଗରଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହେଳା ଅଭିଯୋଗ

ଖଣ୍ଡପଡ଼ା,୩୦ା୫(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ କିମ୍‌ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗତ କିଛିଦିନ ତଳେ ହୋଇଥିବା ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସେ ହେଉଛନ୍ତି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ ମାଧବଚୌଧୁରୀ ପାଟଣାର ବିଶିଷ୍ଟ ପିତ୍ତଳହଣ୍ଡା କାରିଗର ଗଙ୍ଗାଧର ମହାରଣା(୮୦)। ତେବେ ଚିକିତ୍ସାରେ ଅବହେଳା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଛି ବୋଲି ତାଙ୍କ ପୁଅ ପବିତ୍ର ଅଭିଯୋଗ କରିଛନ୍ତି । ତେଣୁ ଗଙ୍ଗାଧରଙ୍କ ମୃତ୍ୟୁ ପାଇଁ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗକରି ତାଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗଙ୍ଗାଧରଙ୍କ ଦେହ ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଗତ ୪ ତାରିଖରେ କିମ୍ସରେ ଭର୍ତ୍ତି କରାଯାଇ ୨୫ ତାରିଖ ପର୍ଯ୍ୟନ୍ତ ମେଡିସିନ ୱାର୍ଡ ଏମ୍‌ଆଇସିୟୁ ୨୦୬ ନମ୍ବର ବେଡରେ ରଖାଯାଇଥିଲା ା ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କ ପୁଅ ପବିତ୍ର ବାପାଙ୍କୁ ନେଇ ଯିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଠିକ୍‌ କରି ୬ ହଜାର ଟଙ୍କା ଜମା କରିଥିଲେ। ଚୁକ୍ତିନାମା ଅନୁସାରେ ତାଙ୍କ ବାପାଙ୍କୁ ଭେଣ୍ଟିଲେଟର ମାଧ୍ୟମରେ ଉନ୍ନତ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦିଆଯିବ ଓ ରୋଗୀ ସୁରକ୍ଷିତ ଅବସ୍ଥାରେ ଘରେ ପହଞ୍ଚତ୍ବ ବୋଲି କିମ୍ସ କର୍ତ୍ତୃପକ୍ଷ କହିଥିଲେ । ୨୫ ତାରିଖ ଅପରାହ୍ନ ପ୍ରାୟ ୬ଟାରେ ଟେକ୍‌ନିସିଆନ୍‌ ରହି ଆମ୍ବୁଲାନ୍ସ(ନଂ-ଓଆର୍‌୦୨-ବିୟୁ-୦୮୩୦)ରେ ଗଙ୍ଗାଧରଙ୍କୁ କଣ୍ଟିିଲୋ ଅଭିମୁଖେ ଅଣାଯାଉଥିଲା। ତେବେ ଖୋର୍ଦ୍ଧା ନିକଟରେ ଗାଡ଼ିର ଏସି ବନ୍ଦ ହେବା ସହ ଭେଣ୍ଟିଲେଟର ଅଚଳ ହୋଇ ପଡିବାରୁ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଓ ଗାଡିଟି ଅଚଳ ହୋଇପଡିଲା । ଏ ସମ୍ପର୍କରେ କିମ୍ସ କର୍ତ୍ତୃପକ୍ଷଙ୍କୁ ଯୋଗାଯାଗ କରି ନିରାଶ ହେବାକୁ ପଡ଼ିଲା ବୋଲି ପବିତ୍ର କହିଛନ୍ତି। ଶେଷରେ ରାତି ୮ ଟା ବେଳେ ଏକ ବୋଲେରୋ ମାଧ୍ୟମରେ ଆମ୍ବୁଲାନ୍ସକୁ ଟାଣି ଟାଣି ଘରକୁ ଆଣିବା ବେଳକୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ନେଇ କିମ୍ସ କର୍ତ୍ତୃପକ୍ଷଙ୍କୁ ପବିତ୍ର ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ା ନ୍ୟାୟ ନ ପାଇଲେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି।

Share