ପିନାକୀ ବିଜେଡି ଲୋକ ସଭା ଦଳର ନେତା ମନୋନୀତ

ଭୁବନେଶ୍ୱର, ୨।୬: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ମନୋନୀତ କରିଛନ୍ତି। ଦଳର ବରିଷ୍ଠ ନେତା ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କିମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଡ଼. ଅଚ୍ୟୁତ ସାମନ୍ତଙ୍କୁ ଲୋକ ସଭାରେ ବିଜେଡିର ମୁଖ୍ୟ ସଚେତକ ଏବଂ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ବିଜୟ ନାୟକ କହିଛନ୍ତି।

Share