ପିନ୍ଧା ଶାଢ଼ିରେ ନିଆଁ ଲାଗି ଜଳିଗଲେ ମହିଳା

ପାଟଣା,୨୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଜଣେ ମହିଳାଙ୍କ ପିନ୍ଧା ଶାଢ଼ିରେ ନିଆଁ ଲାଗି ସୋମବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରବୀନ୍ଦ୍ରନାଥ ମହାନ୍ତଙ୍କ ସ୍ତ୍ରୀ ମଞ୍ଜୁଲତା(୫୫)।
ସୂଚନାଯୋଗ୍ୟ, ମଞ୍ଜୁଲତା ସକାଳେ ଚୁଲିରେ ରୋଷେଇ କରୁଥିବା ବେଳେ ସେ ପିନ୍ଧିଥିବା ଶାଢ଼ିରେ ନିଆଁ ଲାଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।