ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ ଜେଲ୍‌ ଯାଇଛନ୍ତି। ଜେଲରୁ ବାହାରିବା ପରେ ଅଞ୍ଜଳି ସେକ୍ସ ର଼୍ୟାକେଟ ଚଳାଉଥିଲା। ଅନ୍ୟପକ୍ଷରେ ବ୍ରାଉନସୁଗାର ବେପାର କରୁଥିଲେ ଇବ୍ରାହିମ। ବ୍ରାଉନସୁଗାର ପାଇଁ ଇବ୍ରାହିମ୍‌ ବାଂଲାଦେଶ ଯାଉଥିବାବେଳେ କୌଣସି ଏକ ପରିସ୍ଥିତିରେ ଉଭୟଙ୍କ ଦେଖାସାକ୍ଷାତ ଓ ପରିଚୟ ହୋଇ ସମୟକ୍ରମେ ପ୍ରେମରେ ପରିଣତ ହୋଇଥିଲା। ପରେ ଉଭୟ ବିବାହ କରି ପିପିଲି ଅଞ୍ଚଳରେ ଏକ ଜାଗା କିଣି ଘର କରି ରହୁଥିଲେ। ନାଗରିକତା ବିଲ୍‌ ଆସିବା ପରେ ଏବେ ଅନୁପ୍ରବେଶକାରୀଙ୍କ ଉପରେ ପୋଲିସର ନଜର ପଡିଥିଲା। ଏପରି ଅନୁପ୍ରବେଶ କରିଥିବା ବାଂଲାଦେଶୀଙ୍କ ଉପରେ ଏସ୍‌ଟିଏଫ୍‌ ତୀକ୍ଷ୍ନ ନଜର ରଖିଥିବା ଜଣେ ଅଧିକାରୀ କହିଛନ୍ତି।
ଅଞ୍ଜଳି ଓ ଇବ୍ରାହିମ୍‌ଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ଼ କରିବ ଏସ୍‌ଟିଏଫ୍‌। ସେମାନଙ୍କ ନିକଟରୁ ଏସ୍‌ଟିଏଫ୍‌ ଏକ ଡାଏରୀ ପାଇଛି। ସେଥିରେ ଗ୍ରାହକଙ୍କ ନଁା ରହିଥିବାରୁ ସେମାନଙ୍କୁ ଧରି ଅଧିକ ତଦନ୍ତ କରିବ। ଅନ୍ୟପକ୍ଷରେ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବାକୁ ଏସ୍‌ଟିଏଫ୍‌ ଆଶା ରଖିଛି।

Share