ପିପିଲିରେ ଦନ୍ତା ଆତଙ୍କ: ୩ଜଣଙ୍କ ଜୀବନ ନେଲା, ୧୦ରୁ ଊର୍ଦ୍ଧ୍ୱ ଆହତ

ପିପିଲି,୨୩।୨(ଡି.ଏନ୍‌.ଏ.): ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ହେଲେ ଗୋପୀନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ, ପିପିଲି ଚନ୍ଦ୍ରାଦେଇପୁରର ମକରା ପଲେଇ, ରାଜତେଇ ଗ୍ରାମର ଚୈତନ୍ୟ ସାହୁ। ଆହତମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଜନଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ହାତୀଟି ଚନ୍ଦକା ଅଞ୍ଚଳରୁ ଆସିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

Share