ପିପିଳିଆଠାରେ ଦୁଇ ଟ୍ରକ୍‌ ଦୁର୍ଘଟଣା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ

ଢେଙ୍କିକୋଟ,୨୦।୮(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ପିପିଳିଆଠାରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଡ୍ରାଇଭରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅଳଙ୍ଗପୁର ଗ୍ରାମର ମନୋରଞ୍ଜନ ଲେଙ୍କା (୩୩)।
ସୂଚନାଯୋଗ୍ୟ, ମନୋଜଙ୍କୁ ଗୁରୁତର ଅବସ୍ଥାରେ ଢ଼େଙ୍ଗିକୋଟ ଫାଣ୍ଡି ଅଧିକାରୀ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଫାଣ୍ଡି ଅଧିକାରୀ ସତ୍ୟ ନାରାୟଣ ପରିଡ଼ା, କନଷ୍ଟେବଳ ସୁଶୀଲ ମହାନ୍ତ ଚିକିତ୍ସାଳୟରେ ପହଞ୍ଚି ବ୍ୟବଚ୍ଛେଦ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଥାନାରେ ଏକ ଦୁର୍ଘଟଣା ମାମଲା(ନଂ. ୯୮/୧୯) ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।