ପିପୁଲ୍ସ କଲେଜ ଚାମ୍ପିୟନ, କେଏସ୍‌ୟୁବି ରନର୍ସଅପ

ଚିକିଟି,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟିଗଡ ସ୍ଥିତ ମହାବିଦ୍ୟାଳୟ ଖେଳପଡିଆରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଚାଲିଥିବା ୪୯ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ କବାଡି ଟୁର୍ନାମେଣ୍ଟ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲଳ ମ୍ୟାଚ ବୁଗୁଡା ପିପୁଲ୍‌ସ କଳେଜ ଓ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୁଗୁଡା ପିପୁଲ୍‌ସ କଲେଜ ଚାମ୍ପିଅନ ହୋଇଛି। ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦସ୍ଥିତ ସମ୍ରାଟ ସଲ୍ୟୁସନ୍‌ କମ୍ପାନୀର ପ୍ରତିଷ୍ଠାତା ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ସମାନ୍ନିତ ଅତିଥି ଭାବେ ଖୋର୍ଦ୍ଧା ଏସ୍‌ଡିପିଓ ସୁରେଶ କୁମାର ଦାସ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ଅଧିକାରୀ ଗୋବିନ୍ଦ ନାରାୟଣ ମିଶ୍ର, କାଯର୍‌ୟନିର୍ବାହୀ ସଦସ୍ୟା ପୁଷ୍ପାଞ୍ଜଳି ସାମନ୍ତରା, ନିଖିଳ ଓଡିଶା କ୍ରୀଡା ସଂସଦ ସଭାପତି ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଚାମ୍ପିୟନ୍‌ ଟିମ୍‌କୁ ୨୦ହଜାର ଟଙ୍କା ଓ ରନର୍ସପ୍‌କୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ କ୍ରୀଡା ସଂସଦର ଉପସଭାପତି ପ୍ରଦୀପ କୁମାର ପାଢି ଅତିଥି ପରିଚୟ ପ୍ରଦାନ କରିଥିଲେ।