Categories: ଖେଳ

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ ବେଙ୍ଗାଲୁରୁ ରାପ୍ଟର୍ସ ଦ୍ୱିତୀୟ ଲେଗ୍‌ର ମ୍ୟାଚ୍‌ଗୁଡିକୁ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଛି। ଫଳରେ ଏହାକୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।
ପିବିଏଲ୍‌ର ୨୦୨୦ ସଂସ୍କରଣରେ ୨୪ଟି ଟାଇ ବା ମ୍ୟାଚ୍‌ ଖେଳାଯିବ। ଆସନ୍ତା ୨୦ ତାରିଖରୁ ଏହି ମ୍ୟାଚ୍‌ଗୁଡିକ ବିଭିନ୍ନ ସହରରେ ଆୟୋଜନ ହେବ। ଫେବୃୟାରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଲିଗ୍‌ର ଅନ୍ତିମ ଲେଗ ପୂର୍ବରୁ ବେଙ୍ଗାଲୁରୁରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ହୋଇପାରିବ ନାହିଁ ବୋଲି ଟୁଇଟ୍‌ ବେଙ୍ଗାଲୁରୁ ରାପ୍ଟର୍ସ ସ୍ପଷ୍ଟ କରିଥିଲା। ଏବେ ଏହି ମ୍ୟାଚ୍‌ଗୁଡିକ ହାଇଦ୍ରାବାଦ୍‌ରେ ଖେଳାଯିବ। ଜାନୁୟାରୀ ୨୯ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ଅନ୍ୟମ୍ୟାଚ୍‌ଗୁଡିକ ଖେଳାଯିବ। ଏବେ ୧୫ ମ୍ୟାଚ୍‌ ସମେତ ୩ଟି ଡବଲ୍‌ ହେଡର୍ସ ମଧ୍ୟ ହାଇଦ୍ରାବାଦ୍‌ରେ ଆୟୋଜନ ହେବ। ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟ ହାଇଦ୍ରାବାଦ୍‌ରେ ଆୟୋଜନ ହେବ। ଆଗାମୀ ସିଜନର ଅନ୍ୟ ଦୁଇଟି ଭେନ୍ୟୁ ହେଲା ଚେନ୍ନାଇ ଓ ଲକ୍ଷ୍ନୌ। ଚେନ୍ନାଇରେ ଆସନ୍ତା ୨୦ରୁ ୨୪ ଓ ଲକ୍ଷ୍ନୌରେ ୨୫ରୁ ୨୮ ତାରିଖ ମଧ୍ୟରେ ଲିଗ୍‌ର ଅନ୍ୟ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଚେନ୍ନାଇରେ ପ୍ରଥମ ଲେଗ୍‌ ଖେଳାଯିବା ପରେ ଲକ୍ଷ୍ନୌରେ ଅନ୍ୟ ମ୍ୟାଚ୍‌ଗୁଡିକ ଖେଳାଯିବ। ଶେଷରେ ହାଇଦ୍ରାବାଦ୍‌ରେ ବାକି ମ୍ୟାଚ୍‌ଗୁଡିକ ଆୟୋଜନ ହେବ।

Share