ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା ଛୋଟ ରୋବଟ୍‌ର ଆକାର ପିମ୍ପୁଡିଠାରୁ ବି ଛୋଟ। ବିଶ୍ୱର ସବୁଠାରୁ ଛୋଟ ଏହି ଉଡ଼ନ୍ତା ରୋବଟ ୍‌ ଶରୀର ଭିତରେ ସହଜରେ ଚିକିତ୍ସା କରିପାରିବ। ଏହା ଅଲଟ୍ରାସାଉଣ୍ଡ ଓ୍ବେଭ୍‌ରେ କିମ୍ବା ଛୋଟ ସ୍ପିକରରୁ ଉପତ୍ନ କମ୍ପନରେ ପରିଚାଳିତ ହେବ। ଆମେରିକାର ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିର ଗବେଷକମାନେ କହନ୍ତି, ଏହି ରୋବଟ ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରିବା ସହ ମଣିଷ ଶରୀରରେ ସର୍ଜରୀ ପରେ ଭିତରେ ରହିଥିବା କ୍ଷତ ଉପଶମ କରିବାରେ ସାହାଯ୍ୟ କରିବ। ଏହି ରୋବଟ ବିଭିନ୍ନ ପ୍ରକାର କମ୍ପନରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ସକ୍ଷମ ବୋଲି ମାଇକ୍ରୋମେକାନିକ୍ସ ଆଣ୍ଡ୍‌ ମାଇକ୍ରୋଇଞ୍ଜତ୍ତ୍ନିୟରିଂ ଜର୍ନାଲରେ ପ୍ରକାଶ ପାଇଛି। କମ୍ପନକୁ ନିୟନ୍ତ୍ରଣ କରି ଚିକକିସତ୍ତ୍କମାନେ ଏହାକୁ ଚଳାଇପାରିବେ। ଏହି ସୁପରବୋଟ୍‌ର ଲମ୍ବ ପାଖାପାଖି ୨ମିଲିମିଟର । ଏକ ସେକେଣ୍ଡ୍‌ରେ ଲମ୍ବଠାରୁ ପ୍ରୟ ୪ଗୁଣ ଅଧିକ ଦୂର ଯାଇପାରିବ ଏହି ରୋବଟ। ଏହି ରୋବଟରେ ପେଜୋଇଲେକ୍ଟିକ ଏକ୍ୟୁଟର ଲଗାଯାଇଛି ଯାହା କମ୍ପନ ସୃଷ୍ଟିକରିବ ଓ ଏହି କମ୍ପନ ସାହାଯ୍ୟରେ ରୋବଟ କାର୍ଯ୍ୟକ୍ଷମ ହେବ। ଏହାର ଆକାର ବହୁତ ଛୋଟ ହୋଇଥିବାରୁ ଏଥିରେ ବ୍ୟାଟେରୀ ଲଗାଇବା ସମ୍ଭବ ନୁହେଁ। ବୈଜ୍ଞାନିକମାନେ ପ୍ରତ୍ୟେକ ରୋବଟକୁ ଭିନ୍ନ ଭିନ୍ନ ଆକାରରେ ନିର୍ମାଣ କରିଛନ୍ତି। ଏହାର ଗୋଡ ଓ ଶରୀରକୁ ଭିନ୍ନ ଭିନ୍ନ ଡିଜାଇନରେ କରାଯାଇଛି। ଏହାଦ୍ୱାରା ଏଗୁଡିକ ଭିନ୍ନ ଭିନ୍ନ କମ୍ପନ ଦ୍ୱାରା ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିପାରିବେ ଏବଂ ନିୟନ୍ତ୍ରଣ କରିବା ବି ସହଜ ହୋଇପାରିବ। କେତେକ ରୋବଟର ଗୋଡ ୪ଟି ଓ କେତେକର ଛଅଟି ରଖାଯାଇଛି। ଗୋଡ ଆଧାରରେ ଏମାନଙ୍କ ଗତି ବି ଭିନ୍ନ ହୋଇଥାଏ।

Share