ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ ହେଲେ ମକରନ୍ଦ ପ୍ରଧାନ। ଗୁରୁବାର ମକରନ୍ଦ ମଦ ପିଇ ବିଳମ୍ବରେ ସ୍କୁଲକୁ ଆସିଥିଲେ। ପିଲାମାନେ ପାଟି କରୁଥିବାରୁ ହତା ବାହାରେ ସବୁ ପିଲାଙ୍କୁ ଆଣ୍ଠେଇ ଦେଇ ନିଜେ ଫଟୋ ପାଇଁ ପୋଜ ଦେଇଥିଲେ। ସୂଚନାଯୋଗ୍ୟ, ମକରନ୍ଦ ପ୍ରତିଦିନ ମଦ ପିଇ ସ୍କୁଲକୁ ଆସନ୍ତି ଏବଂ ପାଠ ନ ପଢାଇ ଫେରିଯାନ୍ତି। ଗ୍ରାମବାସୀ ବାରମ୍ବାର ଏନେଇ ଅଭିଯୋଗ କରିଥିଲେ ମଧ୍ୟ ସେ ସୁଧୁରି ନ ଥିଲେ। ଗୁରୁବାର ଏଭଳି ଘଟଣା ଘଟିବା ପରେ ଗ୍ରାମବାସୀ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି।

Share