Categories: ଜାତୀୟ

ପିଲାଙ୍କୁ ଜେଲ୍‌ରେ ରଖାଯାଇପାରିବନି

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଜାମିନ ନ ମିଳିଲେ ମଧ୍ୟ ପିଲାଙ୍କୁ ଜେଲ୍‌ କିମ୍ବା ପୋଲିସ ହାଜତରେ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେମାନଙ୍କୁ ପର୍ଯ୍ୟବେକ୍ଷଣ ଗୃହ କିମ୍ବା ନିରାପଦ ସ୍ଥାନରେ ରଖିବାକୁ ହେବ। ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ କେବଳ ନୀରବ ଦର୍ଶକ ସାଜିପାରିବେ ନାହିଁ । ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ପୋଲିସ ହାଜତରେ ପିଲାଙ୍କୁ ଅଟକ ରଖାଯିବା ସହ ନିର୍ଯାତନା ଦିଆଯିବାର ଖବର ପ୍ରକାଶ ପାଇବା ପରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିବା ସହ ଉପରୋକ୍ତ ମତ ଦେଇଛନ୍ତି।

Share