ପିଲାଙ୍କୁ ପଢ଼ାଇଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୨୫।୯( ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ବୁଧବାର ସ୍ଥାନୀୟ ରାଙ୍କିଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଅଧ୍ୟୟନ କରାଇଛନ୍ତି। ଏଥିସହ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାନୁଯାୟୀ, ଜିଲାପାଳ ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୫୦ଜଣ ପିଲାଙ୍କୁ ପଢ଼ାଇଛନ୍ତି। ସେହିପରି ନିୟମିତ ଖବରକାଗଜ ପଢ଼ିବାକୁ ଉପଦେଶ ଦେବା ସହ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ଜିଲାପାଳ ବିଦ୍ୟାଳୟ ମ୍ୟାନେଜ୍‌ମେଣ୍ଟ କମିଟି ବୈଠକରେ ଯୋଗ ଦେବାକୁ ଯାଇ ପଢ଼ାଇଛନ୍ତି। କୃତୀ ଛାତ୍ରଛାତ୍ରୀ ତଥା ଭଲ ଶିକ୍ଷା ଦାନ କରିଥିବା ଶିକ୍ଷକମାନକୁ ସେ ପୁରସ୍କୃତ କରିଛନ୍ତି ବୋଲି ଅଧ୍ୟକ୍ଷ ହେମନ୍ତ କୁମାର ସାହୁ ସୁଚନା ଦେଇଛନ୍ତି।