Categories: ଫୁରସତ

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା ଏହି ବସ୍‌ରେ ପାଠ ପଢ଼ାଯାଏ। ଏହି ସ୍କୁଲ୍‌ରେ ୩ ବର୍ଷରୁ ନେଇ ୧୬ ବର୍ଷ ବୟସର ପିଲା ଅଛନ୍ତି। ସକାଳ ୯ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ରେ ପାଠ ପଢ଼ା ଚାଲେ। ପ୍ରତି ଶ୍ରେଣୀର ପିଲାଙ୍କୁ ଦୁଇ ଘଣ୍ଟା ଲେଖାଏ ସମୟ ଦିଆଯାଏ।

ଏହି ବସ୍‌-କମ୍‌ ସ୍କୁଲ୍‌ରେ ପିଲାଙ୍କ ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି। ବୀଣା ସେଠ୍‌ ଲଶ୍କରୀ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ସେ ସୋଶିଆଲ୍‌ ୱାର୍କରେ ମାଷ୍ଟର୍‌ ଡିଗ୍ରୀ ହାସଲ କରିଛନ୍ତି। ଭାରତରେ ଶିକ୍ଷାବ୍ୟବସ୍ଥା ଉପରେ କିଛି କରିବା ପାଇଁ ତାଙ୍କ ମନରେ ଆଗ୍ରହ ଥିଲା। ତେଣୁ ସେ ଏହି ପଦକ୍ଷେପ ଗ୍ରହଣ କଲେ। ପ୍ରାରମ୍ଭିକ ସମୟରେ ଅନେକ କଷ୍ଟ ଉଠାଇ ପ୍ରଥମେ ସେ ବସ୍ତି ପିଲାଙ୍କୁ ସେମାନଙ୍କ ଘରେ ପଢ଼ାଇଲେ। ପରେ ‘ସ୍କୁଲ୍‌ ଅନ୍‌ ହ୍ବିଲ୍‌ସ’ ଆରମ୍ଭ କଲେ। ତାଙ୍କ ସଂଗଠନ ଇତିମଧ୍ୟରେ ୨,୩୫,୦୦୦ ପିଲାଙ୍କ ଭବିଷ୍ୟତ ସୁଧାରି ସାରିଲାଣି।

Share