ଜାତିସଂଘ,୧ା୮(ପି.ଟି. ): ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବ୍ୟବହାର କରାଯାଉଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଚିନ୍ତାବ୍ୟକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରେ ହିଜ୍ବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା (ଏଲ୍ଇଟି) ଭଳି ଆତଙ୍କବାଦୀ ସଙ୍ଗଠନ ଏବଂ ଭାରତର ଅନ୍ୟ କେତେକ ଭାଗରେ ମାଓବାଦୀମାନେ ନିଜ କାର୍ଯ୍ୟ ସାଧନ ପାଇଁ ଛୋଟଛୋଟ ପିଲାଙ୍କୁ ନିଯୁକ୍ତ କରୁଛନ୍ତି ବୋଲି ଗୁଟେରେସ୍ଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଅପରାଧୀଙ୍କୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ସରକାର ଏଥିରେ ସେ ଆହ୍ବାନ ଦେଇଛନ୍ତି।
ଓ ସଶସ୍ତ୍ର ସଂଘର୍ଷ ଶୀର୍ଷକ ବାର୍ଷିକ ରିପୋର୍ଟରେ ଗୁଟେରେସ୍ କହିଛନ୍ତି, ଜମ୍ମୁ-କଶ୍ମୀରରେ ଆତଙ୍କାବଦୀ ଓ ଅନ୍ୟ ସ୍ଥାନଗୁଡ଼ିକରେ ମାଓବାଦୀ ହିଂସା ଭିଆଉଛନ୍ତି। ସୁରକ୍ଷା ବଳ ଓ ଚରମପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଥିବାବେଳେ ହିଂସା ଘଟଣାଗୁଡ଼ିକ ଶିଶୁଙ୍କୁ ପ୍ରଭାବିତ କରୁଛି। ଭାରତ ସରକାରଙ୍କ ପକ୍ଷରୁ ଶିଶୁ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ଗୁଟେରେସ୍ ଉଲ୍ଲେଖ କରିଛନ୍ତି।