ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ଘରେ ଶିକ୍ଷକମାନେ ବହି ପହଞ୍ଚାଇବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସୂଚନା ଦେଇଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ସାରିଛି। ଏପ୍ରିଲ ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ପିଲାମାନେ ବହି ନେବାକୁ ଆସିବେନି। ଶିକ୍ଷକମାନେ ସେମାନଙ୍କ ଘରେ ଦେଇ ଆସିବେ। ସେହିପରି ମେ’ ୩ ତାରିଖ ପରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Share