ପିଲାଙ୍କ ନିକ୍‌ ନେମ୍‌ ରଖିବା ଠିକ୍‌ ନୁହେଁ: ରିଷି କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁ ପୋଷ୍ଟରେ ସେ ଲେଖିଛନ୍ତି ମାତାପିତା ପିଲାମାନଙ୍କ ନିକ୍‌ ନେମ୍‌ ରଖିବା ଠିକ୍‌ ନୁହେଁ। ଏହାସହ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ରିଆକସନ୍‌ ମଧ୍ୟ ଦେଉଛନ୍ତି। ସେ ଫଟୋରେ ଦେଖିବାକୁ ମିଳିଛି ରିଶି ଏକ ଟୋପି ପିନ୍ଧିଛନ୍ତି। ଯେଉଁଥିରେ ଲେଖାଅଛି ଚିଣ୍ଟୁ। ରିଷିଙ୍କ ନିକ୍‌ ନେମ୍‌ ହେଉଛି ଚିଣ୍ଟୁ। ହେଲେ ଏହାପରେ ସେ ତାଙ୍କ ନାଁ ରିଷିକୁ ଫେରିବାକୁ ଚାହୁଁଥିଲେ ବି ଏହା କଷ୍ଟକର ହେଉଥିବାରୁ ତାଙ୍କ ଭଳି ଅନ୍ୟ ପିଲାମାନଙ୍କର ନିକ୍‌ ନେମ୍‌ ମଧ୍ୟ ନ ରହୁ ବୋଲି ସେ କହିଛନ୍ତି। ୧୯୭୦ରେ ଫିଲ୍ମ ‘ମେରା ନାମ୍‌ ଜୋକର’ରୁ ସେ ତାଙ୍କର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ।

Share