ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ଲଣ୍ଡା ହେଲେ ମହିଳା

ସଲେମ,୧୦।୧: ତାମିଲନାଡୁର ବିଧବା ମହିଳା ପ୍ରେମା ତାଙ୍କର ୩ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ନିଜେ ଲଣ୍ଡା ହୋଇଥିବା କହିଛନ୍ତି। ଲଣ୍ଡା ହେବା ପରେ ସେ ତାଙ୍କ କେଶକୁ ମାତ୍ର ୧୫୦ ଟଙ୍କାରେ ବିକ୍ରିକରି ପିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିଥିବା କୁହନ୍ତି। ତାମିଲନାଡୁର ସଲେମରେ ରହୁଥିବା ୩୧ ବର୍ଷୀୟା ପ୍ରେମାଙ୍କର ସ୍ବାମୀ ଧାର କରଜ କରି ଏହାକୁ ଶୁଝି ନ ପାରିବା ପରେ ୭ ମାସ ତଳେ ଆତ୍ମହତ୍ୟା କରିଛନ୍ତି। ଏବେ ପ୍ରେମା ମଧ୍ୟ ଦାରିଦ୍ର୍ୟ ଯୋଗୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରାଉଡ୍‌ ଫଣ୍ଡିଂ ପକ୍ଷରୁ ତାଙ୍କୁ ୧.୪୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବା ସହ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ବିଧବା ଭତ୍ତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Share